ବିହାର ବୋର୍ଡ ; ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ଫଳ, ହିମାଂଶୁ ରାଜ ଟପ୍ପର

ପାଟଣା : ବିହାର ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଫଳ ଅନଲାଇନରେ ପ୍ରକାଶ ପାଇଛି। ଚଳିତ ବର୍ଷ ୮୦.୫୯ ପ୍ରତିଶତ ଛାତ୍ର ବୋର୍ଡ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ହିମାଂଶୁ ରାଜ ଟପ୍ପର ହୋଇଛନ୍ତି। ସେ ୯୬.୨୦ ପ୍ରତିଶତ ନମ୍ବର ରଖି ଶୀର୍ଷରେ ରହିଛନ୍ତି। ହିମାଂଶୁ ରାଜ ୫୦୦ ନମ୍ବରରୁ ୪୮୧ ନମ୍ବର ରଖିଛନ୍ତି। ଏଥର ବୋର୍ଡ ପରୀକ୍ଷାରେ ପୁଅମାନେ ଝିଅମାନଙ୍କୁ ପଛରେ ପକାଇଛନ୍ତି।
ହିମାଂଶୁ ରାଜଙ୍କ ପରେ ୪୮୦ନମ୍ବର ରଖି ଦୁର୍ଗେଶ କୁମାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଶୁଭମ୍ କୁମାର ୪୭୮ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

Comments are closed.