ବିଗବସ୍‌ର ପୂର୍ବତନ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କୁ କରୋନା

ନୂଆଦିଲ୍ଲୀ : ବିଗବସ୍ ସିଜନ୍ ୧୩ର ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ହିମାଂଶୀ ନିଜେ ସାମାଜିକ ଗଣମାଧ୍ୟମରେ ପୋ​‌ଷ୍ଟ କରି ସୂଚନା ଦେଇଛନ୍ତି। ଦୁଇ ଦିନ ତଳେ ସେ କୃଷି ବିଲ୍ ବିରୋଧରେ ଚାଷୀଙ୍କୁ ସମର୍ଥନ କରି ବିକ୍ଷୋଭରେ ସାମିଲ ହୋଇଥିଲେ। ଦୀର୍ଘ ସମୟ ହେବ ସେ ଚାଷୀଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ବହୁତ କିଛି ପୋଷ୍ଟ କରୁଥିଲେ।

ହିମାଂଶୀ ଖୁରାନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ନିକଟରେ ମୁଁ ମୁମ୍ବଇରେ କୃଷି ବିଲ୍ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲି। ଯେଉଁଠାରେ ମୁଁ ଅନେକ ଲୋକଙ୍କୁ ଭେଟିଥିଲେ। ସେହି ସ୍ଥାନ ଖୁବ୍ ଗହଳି ଥିଲା। ସୁଟିଂକୁ ଯିବା ପୂର୍ବରୁ କରୋନା ଟେଷ୍ଟ କରିବାକୁ ଚିନ୍ତା କରିଥିଲି। ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା।’’

Comments are closed.