ଗାତ ଭିତରେ ପଡୁଛି ଗୃହପାଳିତ ପଶୁ

ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡରେ ନୂତନ ସାହିର ମୁଖ୍ୟରାସ୍ତା ଉପରେ ଖୋଳା ଯାଇଛି ଏକ ବିରାଟ ଗର୍ତ୍ତ। ଯାହାକି ବର୍ତ୍ତମାନ ଅଧିକ ସମସ୍ୟା ସୃଷ୍ଟି କରୁଛି। ଜୈନେକ ବ୍ୟକ୍ତି ଏକ ଗାତ ଖୋଳି ରଖିଥିବା ବେଳେ ଉକ୍ତ ଗର୍ତ୍ତରେ ଗୃହ ପାଳିତ ପଶୁ ମାନେ ପଡି ଅସୁବିଧା ଭୋଗୁଛନ୍ତି। ସୂଚନା ଯୋଗ୍ୟ ଯେ, ଗୁରବାର ଏକ ବାଛୁରୀ ପଡିଯାଇ ରଡି ଛାଡୁଥିବା ଦେଖିବାକୁ ମିଳିଥିଲା। ଫଳରେ କିଛି ଲୋକଙ୍କ ସହାୟତାରେ ବାଛୁରୀଟିକୁ ସେହି ଗର୍ତ୍ତରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ସାମ୍ବାଦିକ ମାନେ ଏନଏସି କର୍ତ୍ତୁପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ସେହିପରି ଗତ ୩ ତାରିଖରେ ମଧ୍ୟ ଏକ ଗାଈ ପଡିଥିବା ଦେଖିବାକୁ ମିଳିଥିଲା। ସେଠାରେ ଖୋଳା ଯାଇଥିବା ଗର୍ତ୍ତଟି ପ୍ରାୟ ୪ ଫୁଟ ଖୋଳା ଯାଇଥିବା ବେଳେ ଅଜଣା ବ୍ୟକ୍ତି ଉକ୍ତ ରାସ୍ତାଦେଇ ଯିବାବେଳେ ପଡି ଆହତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତେଣୁ ତୁରନ୍ତ ଉକ୍ତ ଗର୍ତ୍ତକୁ ସମତୁଲ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.