ବାଇଡେନ୍‌ ହେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି

ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶର ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଶନିବାର ସେ ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୧ ଜାନୁଆରୀରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଏହି ରେକର୍ଡର ଅଧିକାରୀ ହେବେ। ସେ ଏ କ୍ଷେତ୍ରରେ ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗନଙ୍କ ରେକର୍ଡ ଭାଙ୍ଗିବେ। ରେଗନ ୧୯୮୯ରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବାବେଳେ ତାଙ୍କୁ ୭୭ବର୍ଷ ୩୪୯ଦିନ ହୋଇଥିଲା। ତେବେ ବାଇଡେନ୍‌ଙ୍କ ଚିକିତ୍ସକ ଡାକ୍ତର କେଭିନ୍‌ ଓ’କର୍ଣ୍ଣର୍‌ଙ୍କ ରିପୋର୍ଟ ଅନୁଯାୟୀ, ନବନିର୍ବାଚିତ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଓ ସେ ହ୍ବାଇଟ ହାଉସ୍‌ କାର୍ୟ୍ୟ ସମ୍ପାଦନ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ସାମ୍ପ୍ରତିକ ନିର୍ବାଚନରେ ପରାଜିତ ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ବୟସ ଏବେ ୭୨।

Comments are closed.