MEllora 950×100

ନୂତନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଷ୍ଟାଫ କଲୋନୀ ପରିସରରେ ସୋମବାର ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ କର୍ତ୍ତା ଭାବେ ବେଦାନ୍ତ ଲିମିଟେଡ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଗୋପାଳ ପାଲ ଓ ତାଙ୍କ ଧର୍ମପତ୍ନୀ ଶୁଭେଚ୍ଛା ପାଲ ଦାୟିତ୍ୱ ତୁଲାଇଥିଲେ। ପୂଜକ ସନ୍ତୋଷ କୁମାର ଦାସ ପୂଜା ଦାୟିତ୍ୱ ତୁଲାଇଥିବା ବେଳେ ମାନବସମ୍ବଳ ବିଭାଗ ମୁଖ୍ୟ ବିଶାଲ ସିଂହ, ବେଦାନ୍ତ କର୍ମକର୍ତ୍ତା ସୁନୀଲ ସିଂହଙ୍କ ସମେତ ବହୁ ସଂଖ୍ୟାରେ ବେଦାନ୍ତ ଲିମିଟେଡର ପଦାଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କଂପାନୀର ନିଷ୍ପତ୍ତି ଅନୁଯାୟୀ ଷ୍ଟାଫ କଲୋନୀ ମଧ୍ୟରେ କୌଣସି ମନ୍ଦିର ନଥିବାବେଳେ ଏହି ନୂତନ ମନ୍ଦିର ନିର୍ମାଣ ହେଲେ ଷ୍ଟାଫ କଲୋନୀ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି । ଏହି ନୂତନ ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ, ଶିବ, ଗଣେଶ, ନାରାୟଣୀ ଓ ନବଗ୍ରହ ବିଗ୍ରହ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

Comments are closed.