ବଢୁଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବରରେ ଶନିବାର ଆଉ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି । ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀ ତ୍ରିନାଥ ନଗର ବସ୍ତିରୁ -୪, ଗୌତମନଗର ହରିହର ଅଞ୍ଚଳରୁ- ୩,  ଗଙ୍ଗନଗର ପିଚୁ ପଡିଆ ବସ୍ତିରୁ- ୨, ଶୈଳଶ୍ରୀ ବିହାରରୁ -୨, ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଟାଲରୁ- ୨ , କାନନବିହାର ଫେଜ-୧ର ଗୋଟିଏ ପରିବାରରୁ- ୬,  ନୂଆପଲ୍ଲୀ ବ୍ରିଟ କଲୋନୀରୁ -୩ , ବିଜେବି ନଗରରୁ- ୩, ଡମଣାରୁ- ୩, ସକ୍ଷ୍ମୀସାଗରରୁ- ୨, ମୈତ୍ରୀବିହାରରୁ-୨ଜଣ ଚିହ୍ନଟ ହୋଇଛନ୍ତି

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ କରୋନା ସଂଖ୍ୟା ୧,୧୩୦କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪ ସୁସ୍ଥ ହୋଇଥିବା ବେଳେ ୬୨୪ ଜଣ ଚିକିତ୍ସାଧିନ ଅଛନ୍ତି  ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.