ଆଜିଠୁ ୩ଦିନ ଲାଗି ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ବନ୍ଦ

ଭୁୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ବନ୍ଦ ରହିବ ଧର୍ମାନୁଷ୍ଠାନ । ବିଏମସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ଲାଗି ବନ୍ଦ ରହିବ । ଆଜିଠୁ ଆସନ୍ତା ୨ ତାରିଖ ଯାଏ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ମଧ୍ୟ ଧୀରେଧୀରେ ସଂକ୍ରମଣ ବଢ଼ିବାକୁ ଲାଗିଲାଣି । ଆଜି ସୁଦ୍ଧା ରାଜ୍ୟରେ ଓମିକ୍ରନ ସଂଖ୍ୟା ୧୪ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ, ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ମା’ କାଳିଜାଇଙ୍କ ମନ୍ଦିର ମଧ୍ୟ ବନ୍ଦ କରାଯାଇଛି । ୩ ଦିନ ଲାଗି ମା’ କାଳିଜାଇଙ୍କ ଦର୍ଶନ ବନ୍ଦ ରହିବ । ଅଜି ସକାଳ ୬ଟାରୁ ୨ତାରିଖ ସଂଧ୍ୟା ୬ଯାଏ ମନ୍ଦିର ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.