ରାଜଧାନୀରେ ନିଜ ହାତ ନିଜେ କାଟିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା କମିଶନରେଟ୍‌ ପୁଲିସ

ଭୁବନେଶ୍ଵର: ରାଜଧାନୀରେ ଜଣେ ଯୁବତୀ ନିଜ ହାତ ନିଜେ କାଟି ଦେଇ ଗୁରୁତର ହୋଇଯାଇଥିଲେ। ସେଠାରୁ ତାଙ୍କୁ କମିଶନରେଟ୍‌ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ ଦିନ ଦ୍ବିପ୍ରହରରେ ଜଣେ ଯୁବତୀ ଏକ ବ୍ଲେଡ୍‌ରେ ନିଜ ହାତକୁ କାଟି ଦେଇଥିଲେ। ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ନିଜ ହାତକୁ ନିଜେ କାଟି ଦେଇ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ। ଦେଖଣାହାରୀଙ୍କଠାରୁ ଖବର ପାଇ କମିଶନରେଟ୍‌ ପୁଳିସ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ କମିଶନରେଟ୍‌ ପୁଲିସ ପକ୍ଷରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଯୁବତୀ ଜଣକ କି’ଏ ଓ ତାଙ୍କର ପରିଚୟ କ’ଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କ’ଣ ପାଇଁ ଯୁବତୀ ଜଣକ ନିଜ ହାତକୁ ନିଜେ ବ୍ଲେଡ୍‌ରେ କାଟିଛନ୍ତି ସେଥିନେଇ ପୁଲିସ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।

Comments are closed.