ଜାତୀୟ ଅନଲାଇନ ସାଇ କୁଇଜ ପ୍ରତିଯୋଗିତା

ଭୁବନେଶ୍ୱର : କରୋନା କଟକଣା ଯୋଗୁ ଘରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାପାଇଁ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର, ଭୁବନେଶ୍ୱର ଓ ବେବି ବିଙ୍ଗୋ ପ୍ରିସ୍କୁଲ ଦ୍ୱାରା ଅନଲାଇନରେ ଜାତୀୟ ସ୍ତରୀୟ ସାଇ ସତଚରିତ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତା ମୁଖ୍ୟତଃ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ କରାଯିବ। ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ନିଜ ନାମ,ଠିକଣା, ଶ୍ରେଣୀ, ସ୍କୁଲର ନାଁ ଓ ପ୍ରତିଯୋଗିତା ପାଇଁ କେଉଁ ଭାଷା ଚୟନ କରିବେ ତା’ର ବିବରଣୀ ଦେଇ ୧ ସେପ୍ଟେମ୍ବର ରୁ ୧୫ ସେପ୍ଟେମ୍ବର ୨୦୨୦ ମଧ୍ୟରେ ୯୯୩୭୪୫୭୬୩୨, ୭୦୦୮୯୩୪୮୨୨ କିମ୍ବା ୬୭୦୦୮୧୩୬୩୯୩ ନମ୍ବରରେ ହ୍ଵାଟ୍ସଆପ କରି ନିଜ ନାମ ପଞ୍ଜିକରଣ କରିପାରିବେ।

 

Comments are closed.