ଶ୍ରୀବିହାର ଅଂଚଳରେ ହେଉଥିବା ବିଲଡ଼ିଂ କାମକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ଅଂଚଳରେ ହେଉଥିବା ଏକ ବିଲଡ଼ିଂ କାମକୁ ଶନିବାର ବିଏମସି ବନ୍ଦ କରିଥିବା ଜଣାପଡ଼ିଛି।ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନେ ଏହି ବିଲଡ଼ିଂ କାମ କରୁଥିବାରୁ ବନ୍ଦ କରାଯାଇଛି। ମୁର୍ସିଦାବାଦରୁ ଆସିଥିବା ୨୧ ଜଣ ଶ୍ରମିକ କ୍ୱାରେଣ୍ଟିନରେ ନରହି କାମ କରୁଥିଲେ। କାମ କରିବା ସହ ନିକଟସ୍ଥ ଦୋକାନକୁ ଯାଇ କିଣାକିଣି କରୁଥିଲେ। ବିଲଡ଼ିଂ କାମକୁ ବନ୍ଦ କରିବା ସହ ସମସ୍ତଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Comments are closed.