ବଜ୍ରାଘାତରେ ୨ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଛି । ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା ସାଙ୍ଗକୁ ବଜ୍ରାଘାତ । ଫଳରେ ବଜ୍ରାଘାତ ​‌ଯୋଗୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଚିଲିକା ବ୍ଲକ ନଈରୀ ମାଛ ଜେଟିରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଜ୍ରାଘାତରେ ଆନନ୍ଦପୁର ପଣସଡିହରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।

Comments are closed.