ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ

ଭୁବନେଶ୍ୱର: ନିଖୋଜର ୫ ଦିନ ପରେ ଉଦ୍ଧାର ହେଲା ନାବାଳିକା । ଶିଖରଚଣ୍ଡି ବସ୍ତିର ଜଣେ ନାବାଳିକା ୫ ଦିନ ତଳେ ନିଖୋଜ ଥିବା ବେଳେ ତାଙ୍କୁ ଇମ୍ଫୋସିଟି ପୁଲିସ ଓ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଅଭିଯୁକ୍ତ ଜଣକ ନାବାଳିକାକୁ ଚନ୍ଦ୍ରଶେଖରପୁରରେ ଧରି ବୁଲୁଥିଲା । ବୁଲୁଥିବା ସମୟରେ ପିଲାଟିକୁ ପୁଲିସ ଦେଖିବାକୁ ପାଇଥିଲା । ପରେ ଅଭିଯୁକ୍ତ ଜଣକୁ ଧରିବା ସହ କାହିଁକି ପିଲାଟିକୁ ଚୋରି କରିଥିଲା ସେନେଇ ପଚରାଉଚରା କରିଛି । ଅଭିଯୁକ୍ତ ଜଣକ ପିଲାଟିକୁ ଚୋରି କରିବା ପରେ ବିକ୍ରି କରିବାକୁ ଯୋଜନା କରୁଥିବା ପୁଲିସ ସୂଚନା ଦେଇଛି ।

Comments are closed.