ଅବକାରୀ ବିଭାଗ ଚଢାଉ; ଦେଶୀ ଓ ବିଦେଶୀ ମଦ ଜବତ, ୧ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ରୁଚିକା ମାର୍କେଟ ନିକଟରେ ଅବକାରୀ ବିଭାଗ ଚଢାଉ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଚଢାଉ ସମୟରେ ଏକ ଅପନ୍ତରା ସ୍ଥାନରୁ ବ୍ୟାପକ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ସମ୍ପୃକ୍ତ ଘଟଣାରେ ଶିବ ଦୟାଲ ଶର୍ମା ନାମକ ଯୁବକକୁ ଗିରଫ କରାଯାଇଛି। । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏଠାରେ ଚୋରା ମଦ ଗଞ୍ଜେଇ, ବ୍ରାଉନସୁଗାର ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା ବୋଲି ସୂଚନା ମିଳିଛି।

Comments are closed.