MEllora 950×100

ଅର୍ଚ୍ଚନା ନାଗ ମାମଲା; ପୁଣି ଇଡିରେ ରଞ୍ଜିତ ବେହେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜୋରଦାର ତଦନ୍ତ କରାଯାଉଛି । ଗୋଟିଏ ପଟରେ ଅର୍ଚ୍ଚାନଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ଇଡି ଜେରା କରୁଥିବା ବେଳେ ପୁଣି ଆଜି ଦ୍ୱିତୀୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ଗତକାଲି ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କୁ ଇଡି ଜେରା କରିଥିବା ବେଳେ ପୁଣି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ରଞ୍ଜିତ ।

ଆଜି ଦ୍ୱିତୀୟ ଦିନରେ ଇଡି ପୁଣି ରଞ୍ଜିତଙ୍କୁ ଜେରା କରିବ   । ଗତକାଲି ଅର୍ଚ୍ଚନାଙ୍କ ଘଟଣାରେ ପ୍ରାୟ ୧୨ ଘଣ୍ଟା ରଞ୍ଜିତଙ୍କୁ ଇଡି ଜେରା କରିଥିଲା । କୌଣସି ଘଟଣା ସମ୍ପର୍କରେ ଆହୁରି ତଥ୍ୟ ଜାଣିକୁ ଇଡି ରଞ୍ଜିତଙ୍କୁ ପୁଣି ଜେରା କରିବ  । ସେପଟେ ଆଜି ଅର୍ଚ୍ଚନାଙ୍କ ରିମାଣ୍ଡର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଇଡି ଅର୍ଚ୍ଚନାଙ୍କୁ ଆଜି ଅନେକ ପ୍ରସଙ୍ଗରେ ପଚରାଉଚରା କରିବ ।

ଏତେ କମ୍‌ ଦିନରେ ଏତେ ପରିମାଣର ସମ୍ପତ୍ତି ଅର୍ଚ୍ଚନା କିପରି ଠୁଳ କଲେ ସେନେଇ ପଚରାଉଚରା କରିବ ଇଡି । ତାହା ସହ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ଘଟଣାକୁ ନେଇ ମଧ୍ୟ ଖୋଳତାଡ଼ କରିପାରେ ଇଡି । ଅକ୍ଷୟଙ୍କ ଅଭିଯୋଗ ଅନୁସାରେ ଏତେଗୁଡ଼େ ଟଙ୍କା କାହିଁକି ଅର୍ଚ୍ଚନା ଦାବି କରୁଥିଲେ ସେନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିପାରେ ।

ଗତକାଲି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ବେଳେ ଗଣମାଧ୍ୟମ ଆଗରେ ବିସ୍ଫେରକ ବୟାନ ଦେଇଥିଲେ ଅର୍ଚ୍ଚନା । ଅର୍ଚ୍ଚନା କହିଥିଲେ, ପଣସ ଖାଇ ମୋ ମୁଣ୍ଡରେ ଦୁଇଜଣ ଅଠା ବୋଳିଛନ୍ତି । ମୋତେ କହିବାକୁ ସମୟ ଦରକାର । ମୋତେ ୩୦ ମିନିଟ୍‌ ସମୟ ଦେଲେ ମୁଁ ସବୁ କହିବି । ସମସ୍ତ ତଥ୍ୟ ପ୍ରମାଣ ସହ ମୁଁ ମୋ ପ୍ରତିକ୍ରିୟା ରଖିବି । ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ।

Comments are closed.