MEllora 950×100

ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ: ଅର୍ଚ୍ଚନା

ଭୁବନେଶ୍ୱର: ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗୁମର । ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇବ ଇଡି । ଘଟଣାକୁ ​‌ନେଇ  ଇଡି ଅର୍ଚ୍ଚନାଙ୍କୁ ପଚରାଉଚରା କରିବ । ପ୍ରବର୍ତ୍ତନ ନିର୍ଦେଶାଳୟର ପ୍ରଶ୍ନରେ ଅର୍ଚ୍ଚନା ନିଜେ ନିଜ କଳା ଧନ୍ଦାର ଗୁମର ଖୋଲିବ । କେମତି ଠୁଳ କରିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି ?  ଆଲିସାନ ବଙ୍ଗଳା ଫଛରେ କାହାର ରହିଛି ହାତ ? କାହାଠୁ ଖସାଇଛି କେତେ କୋଟି ଟଙ୍କା ? କେଉଁ ବଡ଼ ବଡ଼ ନେତାଙ୍କ ରହିଛି ଏହି ଘଟଣାରେ ସମ୍ପୃକ୍ତି ? ଏତେ କମ୍‌ ଦିନ ମଧ୍ୟରେ ଅର୍ଚ୍ଚନା କିପରି କୋଟି କୋଟି ଟଙ୍କାର ମାଲିକାଣି ହେଲେ ସେନେଇ ଇଡି ପ୍ରଶ୍ନ ପଚାରିବ । କୋର୍ଟ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ବେଳେ ଇଡି ଏହି ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ । ହୁଏତ ୭ ଦିନପରେ ପୁଣି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିପାରେ ଇଡି ।

ସେପଟେ ଆଜି ଅର୍ଚ୍ଚନା ପୁଣି ଗଣମାଧ୍ୟମ ଆଗରେ ବିସ୍ଫେରକ ବୟାନ ରଖିଛନ୍ତି । ଅର୍ଚ୍ଚନା କହିଛନ୍ତି, ପଣସ ଖାଇ ମୋ ମୁଣ୍ଡରେ ଦୁଇଜଣ ଅଠା ବୋଳିଛନ୍ତି । ମୋତେ କହିବାକୁ ସମୟ ଦରକାର । ମୋତେ ୩୦ ମିନିଟ୍‌ ସମୟ ଦେଲେ ମୁଁ ସବୁ କହିବି । ସମସ୍ତ ତଥ୍ୟ ପ୍ରମାଣ ସହ ମୁଁ ମୋ ପ୍ରତିକ୍ରିୟା ରଖିବି । ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ଅର୍ଚ୍ଚନା ଏପରି ଏକ ବିସ୍ଫୋରକ ବୟାନ କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ରଖିଛନ୍ତି ।

ତାହା ଛଡ଼ା ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ଦିଆଯାଇଥିବା କଥା ଉଠାଇଲେ ଅର୍ଚ୍ଚନା ନାଗ ।  ସଠିକ୍‌ ଭାବେ ସେହି ଏତଲା ତଦନ୍ତ କରିବାକୁ ଅର୍ଚ୍ଚନା କହିଛନ୍ତି । ସେ ଆହୁରି କହିଛନ୍ତି, ମୋତେ ହଠାତ୍‌ ଗିରଫ କରାଗଲା । ମୋର ଆଖି, ପାଟି ଓ ମୁହଁକୁ ବନ୍ଦ କରାଯାଇ ମୋତେ ଗିରଫ କରାଯାଇଛି । ମୁଁ କ’ଣ ଆପଣଙ୍କୁ ଆତଙ୍କବାଦୀ ପରି ଦିଶୁଛି ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ।

ସେ କହିଛନ୍ତି ମୋତେ ବଦନାମ୍‌ କରାଯାଇଛି । ଇଡିକୁ ତଦନ୍ତ କରିବାକୁ ଦିଆଯାଉ । ମୁଁ ଠିକ୍‌ ସମୟକୁ ଅପେକ୍ଷା କରିଛି ।  ଆହୁରି ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସି ତଦନ୍ତ କରନ୍ତୁ । ମୋତେ ୩୦ ମିନିଟ୍‌ ସମୟ ଦେଲେ ମୁଁ ସବୁ କହିବି । ସରା ରାଜ୍ୟକୁ ମୋ ବିରୋଧରେ ଦିଆଯାଇଥିବା ତଥ୍ୟକୁ ମୁଁ ମିଥ୍ୟା ବୋଲି କରିବି ।

Comments are closed.