MEllora 950×100

ଅକ୍ଷୟ ପରିଜାଙ୍କ ନିକଟରୁ କିଛି ନେଇନାହିଁ, ତଦନ୍ତ କରୁ ସିବିଆଇ; ଅର୍ଚ୍ଚନା

ଭୁବନେଶ୍ୱର: ଲେଡି ବ୍ଲାକମେଲ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ଝାରପଡ଼ା ଜେଲରୁ ତାଙ୍କୁ କଡ଼ା ସୁରକ୍ଷାର ସହ ନେଇ ଭୁବନେଶ୍ୱର କୋର୍ଟରେ ହାଜର କରିଛି ପୁଲିସ । କୋର୍ଟରୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି ଆବେଦନ କରିପାରେ । କୋର୍ଟଙ୍କ ଅନୁମତି ମିଳିଲେ ଅର୍ଚ୍ଚନାଙ୍କୁ ଜେରା କରିବ ଇଡି । କେଉଁଠୁ ଆସିଲା ଏତେ ପରିମାଣର ସମ୍ପତ୍ତି ? ସମ୍ପତ୍ତି ଠୁଳ ପଛରେ ଆଉ କାହାର ରହିଛି ହାତ ? ଏତେ ଶୀଘ୍ର କୋଟି କୋଟି ଟଙ୍କାର ମାଲିକାଣି ଅର୍ଚ୍ଚନା ହେଲେ କିପରି ? ଏଭିଳି ଅନେକ ପ୍ରଶ୍ନ କରିବ ଇଡି ।

ସେପଟେ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବାକୁ ନେବା ବେଳେ, ଅର୍ଚ୍ଚନା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଗହଳି ଓ ପୁଲିସର କଡ଼ା ସୁରକ୍ଷା ସତ୍ତ୍ବେ କିଛି ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା କହିଛନ୍ତି, ମୋତେ ଆର୍ବିଟାରିଲି ଗିରଫ କରାଗଲା । ମୋତେ ଗିରଫ କରାଯାଇ, ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ମୋ ପାଟି, ଆଖି, ମୁହଁ ବନ୍ଦ କରାଯାଇ ମୋତେ କୋର୍ଟ ଫରଓ୍ୱାର୍ଡ କରାଗଲା ।

ମୁଁ ଚାହୁଛି ସମସ୍ତ ଜିନିଷର ତଦନ୍ତ ହେବା ଦରକାର । ତଦନ୍ତ ହେଲେ ସମସ୍ତ ସତ୍ୟତା ବାହାରକୁ ଆସିବ । ସେ ସୋକଲଡ ଭିକ୍ଟିମ୍‌ କୁଆଡ଼େ ଗଲେ ବୋଲି ଗଣମାଧ୍ୟମ ଆଗରେ ଅର୍ଚ୍ଚନା ନାଗ ପ୍ରଶ୍ନ କରିଛନ୍ତି । ଶ୍ରଦ୍ଧାଞ୍ଜଳି କୁଆଡେ ଗଲା ବୋଲି କହିଲେ ଅର୍ଚ୍ଚନା । ତାହାସହ ଅର୍ଚ୍ଚନା ପ୍ରଯୋଜକ ଅକ୍ଷୟ ପରିଜାଙ୍କ କଥା​‌ ମଧ୍ୟ ଉଠାଇଛନ୍ତି । ଅର୍ଚ୍ଚନା କହିଛନ୍ତି, ଅକ୍ଷୟ ପରିଜାଙ୍କ ନିକଟରୁ ମୁଁ କିଛି ନେଇନାହିଁ । ମାମଲାର ତଦନ୍ତ ସିବିଆଇ କରୁ । ସିବିଆଇ ତଦନ୍ତ କଲେ ସବୁକିଛି ସାମ୍ନାକୁ ଆସିବ ।

Comments are closed.