MEllora 950×100

ଶିକ୍ଷକଙ୍କ ପାଇଁ ଗୃହ ଅଚଳ; ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ୱର: ଶୁଣୁନାହାନ୍ତି ସରକାର, ଜିଦରେ ଶିକ୍ଷକ । ଶିକ୍ଷକଙ୍କ ପାଇଁ ଆଜି ବି ବିଧାନସଭା ଅଚଳ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଥିଲା । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ସରକାରୀ ସ୍କୁଲରେ ୭୫୪୦ ଶିକ୍ଷକ ପଦବୀ ଖାଲି ରହିଥିବା ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଥିଲେ ।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ୧୧୭୮ ଖାଲି ଶିକ୍ଷକ ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ । ଏନେଇ ଓଡ଼ିଶା ଷ୍ଟାପ୍‌ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ମଧ୍ୟ ଶିକ୍ଷା ସମ୍ବଦ୍ଧୀୟ ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖିଥିଲେ । ପରେ ପରେ ପିଏମଜିରେ ଧାରଣାରେ ବିସିଥିବା ପ୍ରାଥମିକ ଶିକ୍ଷକଙ୍କ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ । ପ୍ରସଙ୍ଗକୁ ନେଇ ନାରାବାଜି ଦେବା ସହ ପୋଡ଼ିୟମ ତଳେ ବିରୋଧୀ ଧାରଣା ଦେଇଥିଲେ ।

ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ କଂଗ୍ରେସ ବିଧାୟକ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିବା ସହ ସର୍ବଦଳୀୟ ବୈଠକ ଡକାଇଛନ୍ତି ।

Comments are closed.