ଅଟୋକୁ ଧକ୍କା ଦେଲା କାର, ଦୁଇ ଗୁରୁତର

ମହିଧରପୁର : ବଂରପାଳ ଥାନା ମହିଧରପୁର ଫାଣ୍ଡି ଅଧୀନ ଭଗା ମୁଣ୍ଡା ପୋଲ ନିକଟରେ ଏକ କାର ଏକ ଅଟୋକୁ ଧକ୍କା ଦେବା ଦ୍ଵାରା ଅଟୋ ଚାଳକ ସୁଶିଲ ସାହୁ (୨୮) ଓ ମିଲୁ ଭୋଇ(୪୦) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଅନୁଗୋଳ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅଟୋରେ ବସିଥିବା ୩ ମହିଳାଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଧକ୍କା ଦେଇଥିବା କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମହିଧରପୁର ଫାଣ୍ଡି ପୁଲିସ କାରକୁ ଜବତ କରିଛି।

ଖବର ନେବାରୁ ଜଣାପଡିଛି ହିନ୍ଦୋଳ ଯଇପଙ୍ଗାରୁ ଅନୁଗୋଳ ଅଭିମୁଖେ ଅଟୋରେ ୫ ଜଣ ଯାଉଥିଲେ। ବିପରୀତ ଦିଗରୁ ଅର୍ଥାତ୍ ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା କାର। କାର ଚାଳକ ବେପରୁଆ ଗାଡ଼ି ଚାଳନା କରି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ପାଞ୍ଚଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଡକାଯାଇ ଆହତ ମାନଙ୍କୁ ଅନୁଗୋଳ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସୁଶିଲ ଓ ମିଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜାଣି ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ। ଭୟରେ କାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛି। ପୁଲିସ୍ ତଦନ୍ତ ଜାରି ରଖିବା ସହ  ଆଇନ ଅନୁଯାୟୀ କାର୍ୟ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.