MEllora 950×100

ଗୃହକାର୍ଯ୍ୟ ସ୍ବାଭାବିକ, ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ । ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଛି । ସରକାରୀ ସ୍କୁଲରେ ୭୫୪୦ ଶିକ୍ଷକ ପଦବୀ ଖାଲି ରହିଥିବା ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି । ସେହିପରି ଓଏଭିରେ ୧୧୭୮ ଖାଲି ଶିକ୍ଷକ ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଓଡ଼ିଶା ଷ୍ଟାପ୍‌ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ମଧ୍ୟ ଶିକ୍ଷା ସମ୍ବଦ୍ଧୀୟ ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖୁଛନ୍ତି ।

Comments are closed.