ଟିଟିଲାଗଡ଼ ରେଞ୍ଜରେ ବଣୁଆ ଦନ୍ତା ହାତୀ

ଟିଟିଲାଗଡ଼ : ଟିଟିଲାଗଡ଼ ବନରେଞ୍ଜ ଅନ୍ତର୍ଗତ ବେଲଗାଁ ବନପାଳଙ୍କ ଆମ୍ବପାଲି ପଞ୍ଚାୟତ ଘଣ୍ଟମାଲ ଗୁର୍ଜିଭଟା ଗ୍ରାମରେ ଗୋଟିଏ ବଣୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ହାତୀ ପାଇଁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ  ଆଜି ସକାଳେ ଗୁର୍ଜିଭଟା ଗ୍ରାମର ମୁଣ୍ଡରେ ଥିବା ପୋଖରୀ ପାଖରେ ହାତୀ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେବାପରେ ଟିଟିଲାଗଡ଼ ବନ ରେଞ୍ଜ ଅଧିକାରୀ ଲିଙ୍ଗରାଜ ଭୋଇ, ଟିଟିଲାଗଡ଼ ବନପାଳ ଅମରେଶ ବୁଡ଼େକ, ବେଲଗାଁ ଫରେଷ୍ଟର ସୁରେନ୍ଦ୍ର ମହାରଣା ପ୍ରମୁଖ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି । ପଡୋଶୀ କଳାହାଣ୍ଡି ଜିଲା ପଟରୁ ହାତୀ ଆସିଥିବା ରେଞ୍ଜ ଅଧିକାରୀ ଶ୍ରୀ ଭୋଇ କହିଛନ୍ତି । ବନ ଅଧିକାରୀ, କର୍ମଚାରୀ ହାତୀ ଉପରେ ନଜର ରଖିଥିବା ଜଣାପଡିଛି।

Comments are closed.