MEllora 950×100

ଗୁରୁଙ୍କ ପାଇଁ ଚାଲିପାରିଲାନି ଗୃହ; ସାଢ଼େ ୧୧ଟା ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହକୁ ମୁଲବତି ରଖିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଦିନ ସାଢ଼େ ୧୧ଟା ଯାଏଁ ମୁଲତବି ରହିଲା ଗୃହ । ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ବିଧାୟକ ମାନେ ନାରାବାଜି ଦେଇଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି ବିଚସ୍ପତିଙ୍କୁ ଗତକାଲିର ରୁଲିଂକୁ ନେଇ ପ୍ରଶ୍ନ କରିଥିଲେ ।

ପରେ ପ​ରେ ବିଧାନସଭାର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ ମାନେ ହୋହଲ୍ଲା କରିଥିଲେ । ତେଣୁ ପ୍ରଶ୍ନକାଳ ଚାଲିପାରିନଥିଲା । ଏଥିପାଇଁ ବିଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖିଛନ୍ତି । ଗତ ୩ ଦିନ ହେଲା ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ । ଦେଢ଼ ଲକ୍ଷରୁ ଅଧିକ ଶିକ୍ଷକ ସ୍କୁଲ ଛାଡ଼ି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।  ତେଣୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ଠପ୍‌ ହୋଇଛି ।

ଅଧିକାଂଶ ସ୍ଥାନରେ ସ୍କୁଲରେ ତାଲା ଝୁଲିଣାଣି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ, ବର୍ତ୍ତମାନ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ପୁଣି ପିଲାଙ୍କ ପାଠପଢ଼ାରେ ବାଧା ଉପୁଜିଛି । ଏସବୁକୁ ନେଇ ବିରୋଧୀ କଂଗ୍ରେସ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଶିକ୍ଷକ ମାନଙ୍କ ୩ ଦଫା ଦାବିକୁ ସରକାର ଆଲୋଚନା କରି ଶିକ୍ଷକ ମାନଙ୍କୁ ସ୍କୁଲକୁ ଫେରିଯିବାକୁ ସରକାର କୁହନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

Comments are closed.