MEllora 950×100

ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ଡ୍ରାଇଭର

ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକମେଲିଂ କ୍ବିନ୍‌ ଅର୍ଚ୍ଚନା ନାଗଙ୍କ ଗୁମର । ଗୋଟିଏ ପରେ ଗୋଟିଏ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଆଜି ପୁଣି ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ଡ୍ରାଇଭର ହାଜର ହୋଇଛନ୍ତି । ଇଡିର ସମନ ପରେ ଡ୍ରାଇଭର ଚନ୍ଦନ ହାଜର ହୋଇଥିବା ସୂଚନା ମିଳିଛି । ଦ୍ୱିତୀୟ ଥର ପାଇଁ ପୁଣି ଡ୍ରାଇଭରଙ୍କୁ ପଚରାଉଚରା କରୁଛି ଇଡି ।

ପୂର୍ବରୁ ମଧ୍ୟ ତଥ୍ୟ ସଂଗ୍ରହ କରିବାକୁ ଇଡି ଚନ୍ଦନକୁ ପଚରାଉଚରା କରିଥିଲା ।  କେଉଁଠାକୁ ଯାଉଥିଲେ ଅର୍ଚ୍ଚନା ? କାହାକୁ ଭେଟୁଥିଲେ ଲେଡି ବ୍ଲାକମେଲିଂ କ୍ବିନ୍‌ ? କୌଣସି ସ୍ଥାନକୁ ଏକାକୀ ଯାଉଥିଲେ ଅର୍ଚ୍ଚନା ? ନା ଆଉ କିଏ ରହୁଥିଲେ ଅର୍ଚ୍ଚନାଙ୍କ ସାଥିରେ ? ସେନେଇ ଚନ୍ଦନଙ୍କୁ ଜେରା ଚାଲିଛି ।

ପୂର୍ବରୁ ଅର୍ଚ୍ଚନାଙ୍କ ପ୍ରସଙ୍ଗରେ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ମୁହାଁମୁହିଁ ଇଡି ଜେରା କରିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଳତାଡ଼ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏତେ ପରିମାଣର ଟଙ୍କା ନେଣଦେଣକୁ ନେଇ ଇଡି ଜେରା କରିଛି । କହିଁକି ଲକ୍ଷଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ? ସେନେଇ ଜେରା କରାଯାଇଛି । ତାହାସହ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟକୁ ନେଇ ତଥ୍ୟ ହାତେଇଛି ଇଡି । ବର୍ତ୍ତମାନ ଇଡି ଅର୍ଚ୍ଚନାଙ୍କ ଡ୍ରାଇଭରଙ୍କୁ ଜେରା କରୁଛି ।

Comments are closed.