ଆସନ୍ତାକାଲି ପଦ୍ମପୁର ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ ପଦ୍ମପୁର । ପଦ୍ମପୁର ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ ରହିବା ନେଇ କୁହାଯାଇଛି । ଉଦ୍ଦେଶ୍ୟ ମୂଳକ ଭାବେ ଜିଏସଟି ରେଡ୍ ହୋଇଥିବା ନେଇ ଏହି ବନ୍ଦ ଡାକରା ଦେଇଛି ସଂଘ । ବନ୍ଦରେ କେବଳ ବ୍ୟବସାୟୀକ ପ୍ରତିଷ୍ଠାନ ମାନେ ସାମିଲ ହେବେ ବୋଲି ସୂଚନାର ମିଳିଛି ।
ଆଜି ସଂଧ୍ୟାରେ ପଦ୍ମପୁରର ଏକ ଲୁଗା ଦୋକନ ଓ ପେଟ୍ରୋଲ ପମ୍ପରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିଲା । ଦୋକାନ ଖୋଲାରଖି ଚଢ଼ାଉ କରିଥିଲା ଜିଏସଟି । ତାହା ସହ ପାଇକମାଲ ଓ ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ବି ଜୋରଦାର ଚଢ଼ାଉ କରିଛି ଜିଏସଟି ବିଭାଗ । ଏହି ସବୁ ଚଢ଼ାଉ ବର୍ତ୍ତମନ ରାଜନୈତିକ କାରଣରୁ ଚଢ଼ାଉ କରାଯାଉଥିବା କୁହାଯାଇଛି । ତେଣୁ ଆସନ୍ତାକାଲି ପଦ୍ମପୁର ବନ୍ଦ ହେବା ନେଇ କୁହାଯାଇଛି ।
ବିଜେପି ନେତାଙ୍କ ମାଲିକାନାରେ ଥିବା ସଂସ୍ଥାରେ ମଧ୍ୟ ବିଭାଗ ରେଡ୍ କରୁଛି । ଆଜି ସକାଳେ ୩ ବିଜେଡି ନେତାଙ୍କ ଘରେ ମଧ୍ୟ ରେଡ୍ କରିଥିଲା ଆଇଟି । ସକାଳେ ଆଇଟି ଓ ସଂଧ୍ୟାରେ ଜିଏସଟିର ରେଡକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ପଦ୍ମପୁରରେ ଥିବା ଜଗଦମ୍ବା ଲୁଗା ଦୋକାନରେ ଜିଏସଟି ପକ୍ଷରୁ ରେଡ୍ କରାଯାଉଥିବା ଜଣାପଡ଼ିଛି ।
Comments are closed.