ଡାଲମିଆ ସିମେଣ୍ଟ ତରଫରୁ ସଚେତନତା କର୍ମଶାଳା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ବଡପଶିଠାରେ ଡାଲମିଆ ସିମେଣ୍ଟ ତରଫରୁ ମିସ୍ତ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଡାଲମିଆ ସିମେଣ୍ଟର ଯାନ୍ତ୍ରୀକ ସେବା ଯନ୍ତ୍ରୀ ଇଂ ଅନିଶ କୁମାର ସେଠୀ, ଅସନପାଟ ସମିତି ସଭ୍ୟା ଜୟନ୍ତ୍ରୀ ମହାକୁଡ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଡାଲମିଆ ସିମେଣ୍ଟକୁ ମିସ୍ତ୍ରୀମାନେ କିପରି ବ୍ୟବହାର କରିବେ ,ଏହି ସିମେଣ୍ଟ ଅନ୍ୟ ସିମେଣ୍ଟ ତୁଳନାରେ କିପରି ମଜଭୁତ, କେତେ ଝୁଡି ବାଲିରେ କେତେ ସିମେଣ୍ଟ ପକାଇ ତାକୁ କାମରେ ଲଗାଇବେ ସେ ସମ୍ପର୍କରେ ସଚେତନ କରିଥିଲେ। ଡାଲମିଆ ସିମେଣ୍ଟର ବ୍ୟବହାର ସମ୍ପର୍କରେ ଅଧିକାରୀମାନେ ପରାମର୍ଶ ଦେବା ସହିତ ଏହି ସିମେଣ୍ଟର ଭଲ ଗୁଣ ଓ ଖରାପ ଗୁଣଗୁଡିକ ସମ୍ପର୍କରେ ମଧ୍ୟ ମିସ୍ତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡାଲମିଆ ବିତରକ ଭାଗବତ ମହାନ୍ତ। ଏହି ସଚେତନା କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ମିସ୍ତ୍ରୀମାନେ ଯୋଗ ଦେଇଥିଲେ।

Comments are closed.