MEllora 950×100

ଜଗନ୍ନାଥ ମହାପ୍ରଭୁଙ୍କ ସ୍ବତ୍ବଲିପିକୁ ଫେରିନି ୨୨ ହଜାର ଏକର ଜମି

ଭୁବନେଶ୍ବର: ରାଜ୍ୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୬୦,୪୧୮ ଏକର ପରିମିତ ଜମି ଚିହ୍ନଟ ହୋଇଥିବାବେଳେ ୩୮,୦୬୧.୮୯୨ ଏକର ଜମି ର ସଂଶୋଧିତ ସତ୍ବଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। ଅବଶିଷ୍ଟ ୨୨,୩୬୫.୦୫୧ ଏକର ଜମିର ସଂଶୋଧିତ ସତ୍ବଲିପି ପ୍ରାପ୍ତ ହୋଇନଥିବା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା ଦର୍ଶାଇଛନ୍ତି ଯେ ଶ୍ରୀ ମନ୍ଦିର ପରିଚାଳନା କମିଟିଙ୍କ ନାମ ଦରଜ ପାଇଁ ୧୦, ୮୦୮.୫୮୪ ଏକର ପରିମିତ ଜମି ନିମନ୍ତେ ୩୭୬୭ଟି ରାଜସ୍ବ ମିସ କେସ କରାଯାଇଛି। ଅନ୍ୟପକ୍ଷରେ ଶ୍ରୀ ଜଗନ୍ନାଥଙ୍କ ନାମେ ରେକର୍ଡଭୁକ୍ତ ଥିବା ଜମିର ବିଭିନ୍ନ ଉତ୍ସରୁ ଗତ ୫ ବର୍ଷରେ ୧୩୪,୬୫,୨୯,୧୫୧ ଟଙ୍କା ଆଦାୟ ହୋଇ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଥିବା ସେ ସୂଚନା ଦେଇଛନ୍ତି।

Comments are closed.