ଦୟାନଦୀ ଭାସିଯାଇ ନାବାଳକ ନିଖୋଜ

ଭୁବନେଶ୍ବର: ଦୟାନଦୀରେ ଭାସିଯାଇ ଜଣେ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ନାବାଳକ ଭାସିଯାଇଛନ୍ତି। ଦୟାନଦୀରେ ଗାଧୋଇବାକୁ ଯାଇଥିବାବେଳେ ନାବାଳକ ଜଣକ ବୁଡ଼ି ଯାଇଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଖୋଜାଖୋଜି ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ପକ୍ଷରୁ ନାବାଳକର କୌଣସି ସନ୍ଧାନ ପାଇନଥିବା ଜଣାପଡ଼ିଛି। ଯଦିଓ ଦୟାନଦୀରେ କମ ପାଣି ରହିଛି, ତଥାପି ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ନାବାଳକୁ ଖୋଜିଥିଲେ ମଧ୍ୟ କୌଣସି ଖୋଜଖବର ମିଳିପାରିନାହିଁ। ଅଗ୍ନିଶମ ବାହିନୀ ପକ୍ଷରୁ ନାବାଳକକୁ ଠାକ କରିବା ପାଇଁ ସ୍କ୍ବୁବା ଡାଇଭରଙ୍କୁ ନିୟୋଜିତ କରାଯାଇଛି।

Comments are closed.