ରାଜ୍ୟପାଳଙ୍କ ଦ୍ୱାରା କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ବିଶିଷ୍ଟ କବି ମାନଗୋବିନ୍ଦ ବାରିକଙ୍କ ରଚିତ ଦୁଇଟି କବିତା ସଂକଳନ ପ୍ରୀତି ପୀୟୂଷ ଓ ନିସ୍ପନ୍ଦ ନିଃଶ୍ଵାସ ରାଜଭବନ ପରିସରରେ ଉନ୍ମୋଚନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ କବି ମାନଗୋବିନ୍ଦ ବାରିକ୍, ପୁସ୍ତକଦ୍ୱୟର ପ୍ରକାଶିକା ବାସନ୍ତୀ ବାରିକ୍ ଓ ବିରଜାଭୁମି ସମ୍ବାଦପତ୍ରର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ।ରାଜ୍ୟପାଳ ପୁସ୍ତକ ଦ୍ୱୟର ପ୍ରଭୃତ ପାଠକୀୟ ଆଦୃତି ସହିତ କବିଙ୍କର ସୃଜନଶୀଳ ସାରସ୍ୱତ ସାଧନାର ସମୁଜ୍ଜ୍ୱଳ ତଥା ସାର୍ଥକ ଭବିଷ୍ୟତ କାମନା କରିଥିଲେ।

Comments are closed.