ସୀମା ଟପିଲା ଦାଦନ ନିର୍ଯାତନା; କାଟିଦେଲେ ଯୁବକଙ୍କ ଗୋଡ଼ ଓ ପାପୁଲି

ଭୁବନେଶ୍ୱର: ସୀମା ଟପିଲା ଦାଦନ ନିର୍ଯାତନା । ଟଙ୍କା ମାଗିବାରୁ କାଟିଦେଲେ ଯୁବକଙ୍କ ଗୋଡ଼ ଓ ପାପୁଲି । ଏପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରୁ । ସୂଚନା ଅନୁଯାୟୀ, ନିଜର ଗୁଜୁରାଣ ମେଣ୍ଟାଇବାକୁ ଯୁବକ ଜଣକୟୁପିକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ପାରିଶ୍ରମିକ ବଦଳରେ ନିର୍ଯାତନା ଦିଆଯାଇଥିଲା ।

ତାହା ସହ ଏ ସମ୍ପର୍କରେ  ଥାନାରେ ଜଣାଇଲେ ପିଲାଛୁଆଙ୍କୁ ମାରିଦେବାକୁ ଅଭିଯୁକ୍ତି ଜଣକ ଧମକ ଦେଇଥିଲା । ଗତ ୧୩ ତାରିଖରେ ଦାଦନ ଖଟିବାକୁ ସ୍ଥାନୀୟ ଦଲାଲ ତାଙ୍କୁ ୟୁପି ନେଇଥିଲେ । ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ତାଙ୍କୁ ପ୍ରଲୋଭନ ଦେଖାଇଥିଲେ । ହେଲେ ଟଙ୍କା ମାଗିବାରୁ ଯୁବକଙ୍କ ଡାହାଣ ହାତର ପାପୁଲି ଓ ବାମ ଗୋଡ଼ କାଟିଦେଇଥିବା ଅଭିଯୋଗ କରିଛନ୍ତି ଯୁବକ ଜଣକ ।

ଏପରି ଘଟଣା ଘଟିବା ପରେ ଗୋଟିଏ ଦିନ ମେଡିକାଲକୁ ନେଇ ପୁଣି ଗାଁରେ ଯୁବକଙ୍କୁ ଛାଡ଼ିଦେଇଥିଲା ଅଭିଯୁକ୍ତ । ପୁଲିସକୁ ଏ ସମ୍ପର୍କରେ ଜଣାଇଲେ ଜୀବନରୁ ମାରି ଦେବାକୁ ଅଭିଯୁକ୍ତ ଜଣକ ଧମକ ଦେଇଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି  ।

Comments are closed.