ବିଜେପିକୁ ଡରୁଛି କି ଶାସକ ଦଳ ? ଅପରାଜିତା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ସିଧାସିଧା ଶାସକ ଦଳକୁ ପ୍ରଶ୍ନ ପଚାରିଛନ୍ତି ।  ଅପରାଜିତା କହିଛନ୍ତି, ରାଜ୍ୟରେ ଗୋଟିଏ ଦଳ ୨୦ ବର୍ଷ ଧରି ଶାସନ କରୁଛି । ୨୦ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ଦଳର ଡର ରହିଛି କି ବୋଲି କହିଛନ୍ତି ଅପରାଜିତା ।

ସାଂସଦ ଆହୁରି ମଧ୍ୟ କହିଛନ୍ତି, ଆମ ସଭାପତି ଆସିବା ଶୁଣି ତରବରରେ ସଭା କରାଯାଇଛି । ଆଉ କେଉଁ ଦିନ ସମୟ ହେଲାନାହିଁ । ଆଜି ହଠାତ୍‌ ସଭା କାହିଁକି କରାଗଲା ବୋଲି କହିଛନ୍ତି ସାଂସଦ । ତାହା ସହ ଶାସକ ଦଳ ବିଜେପିକୁ ଡରିଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ତାଙ୍କ ଭିତରେ ଏତେ ଡର କାହିଁ କି ? ଆମ ସଭାପତି ୩ ଦିନରେ ୩ ରାଜ୍ୟ ବୁଲିଛନ୍ତି । ଆଜି ଓଡ଼ିଶାକୁ ଆସିଛନ୍ତି ବୋଲି କହିଛନ୍ତି ସାଂସଦ ।

ସୂଚନା ଥାଉକି, ନିର୍ଦ୍ଧାରିତ ସମୟ ଅନୁସାରେ ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଦୁଇ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେପି ନଡ୍ଡା । ଭୁବନେଶ୍ୱରର ବିମାନ ବନ୍ଦରରେ ନଡ୍ଡା ପହଞ୍ଚିବା ପରେ ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ ଜେପି ନଡ୍ଡା । ପାରମ୍ବରିକ ନାଚ ଗୀତର ତାଳେତାଳେ କର୍ମୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ମୁଖ୍ୟାଳୟ ଯାଏଁ ନଡ୍ଡା ବାଇକ୍‌ ରାଲିରେ ଯାଇଥିଲେ ।

Comments are closed.