ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି । ସିବିଆଇ ଚର୍ଚ୍ଚିତ ମିଶ୍ରଙ୍କୁ ଗରିଫ କରିଥିବା ଜଣାପଡ଼ିଛି । ଆଜି ଭୋର ପ୍ରାୟ ୪ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ଚର୍ଚ୍ଚିତ ହାଜର ହୋଇଥିଲେ । ତାଙ୍କୁ ସିବିଆଇ ଅନେକ ପ୍ରଶ୍ନ ପଚାରିଥିଲା । ପରେ ତାଙ୍କୁ ଗିରଫ କରିଥିବା ଖବର ମିଳିଛି । ଲଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ରହିଛି ଚର୍ଚ୍ଚିତଙ୍କ ନାଁ । ଗତକାଲି ମଧ୍ୟ ଏହି ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରିଥିଲା । ଆଜି ଚର୍ଚ୍ଚିତ ଗିରଫ ହେବା ପରେ ଏହି ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ଗିରଫଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଏବଂ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗତକାଲି ସିବିଆଇ ଗିରଫ କରିଥିବା ବେଳେ ଆଜି ଚର୍ଚ୍ଚିତ ମିଶ୍ରଙ୍କୁ ମଧ୍ୟ ସିବିଆଇ ପଚରାଉଚରା ପରେ ଗିରଫ କରିଛି । ଗତ ଗୁରୁବାର ଦିନ ସିବିଆଇ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା ।

Comments are closed.