ଚୋରା ମୋବାଇଲ ବେପାରୀ ଗିରଫ

ଭୁବନେଶ୍ୱର: ଏୟାରପୋର୍ଟ ଥାନା ପୁଲିସ ବୁଧବାର ଚୋରା ମୋବାଇଲ ବେପାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଅଧୀନ ମଳିପଡାର ପ୍ରଶାନ୍ତ ମଙ୍ଗରାଜ(୨୨) । ସୂଚନାଯୋଗ୍ୟ ଯେ, କାର୍ଗିଲ ବସ୍ତିରେ ଥିବା ତାରିଣୀ ସାହିରେ ଚୋରା ମୋବାଇଲ ବିକ୍ରି କରିବା ନିମନ୍ତେ ଅଭିଯୁକ୍ତ ଗ୍ରାହକଙ୍କ ଅପେକ୍ଷାରେ ଥିଲା । କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଠାରୁ ଚୋରି ଫୋନ ଜବତ କରିଛି । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ। ତା’ ନାମରେ ପୂର୍ବରୁ ସମ୍ପୃକ୍ତ ଥାନାରେ ୫ଟି ଅପରାଧୀକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି।

Comments are closed.