ବସ୍ତିବାସିନ୍ଦା ପାଳିଲେ ସ୍ବାଧୀନତା ଦିବସ

ଭୁବନେଶ୍ୱର : ଆଜି ୧୫ଅଗଷ୍ଟ ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରେମନଗର ୧୨ ନମ୍ବର ୱାର୍ଡ଼ର ବସ୍ତିବାସନ୍ଦାମାନଙ୍କ ଦ୍ୱାରା ବିଜେଡ଼ି ଜିଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ଏବଂ କିନ୍ନର ମହାସଂଘର ସଭାପତି ସୁଇଟି ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଛି। ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହାସହ ଛୋଟ ଛୋଟ ପିଲାଙ୍କୁ ବିସ୍କୁଟ ଏବଂ ବସ୍ତିରେ ସମସ୍ତଙ୍କୁ ମାସ୍କ ବଂଟନ କରାଯାଇଥିଲା। କରୋନା ରୂପୀ ମହାମାରୀରୁ କିପରି ମୁକାବିଲା କରାଯିବ ତାହା ଉପରେ ମଧ୍ୟ ବକ୍ତବ୍ୟ ରଖାଯାଇଥିଲା। ପରିଶେଷରେ ବୃକ୍ଷରୋପଣ କରାଯାଇଥିଲା।

Comments are closed.