MEllora 950×100

କୋଭିଡ ସଂକ୍ରମଣ ପାଇଁ ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍‍

ଭୁବନେଶ୍ୱର : କୋଭିଡ ସଂକ୍ରମଣ ବୃଦ୍ଧି ପାଇଁ ଶୁକ୍ରବାର ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ପାଇଁ ସିଲ୍‍ କରାଯାଇଛି। ୨୪ ରୁ ୨୬ ପର୍ଯ୍ୟନ୍ତ ଭୁବନେଶ୍ୱର କୋର୍ଟ ପରିସର ସିଲ ରଖାଯିବ। ଜିଲା କୋର୍ଟ,ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ପରିସରରେ ଥିବା ବାର ଆସୋସିଏସନ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଆସନ୍ତା ୨୭ ତାରିଖରେ ସବୁ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ପାଇଁ କ୍ୟାମ୍ପ ଖୋଲିବ। ୧୫ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.