ଭୋପାଳ ଇ-ଟେଣ୍ଡର ଦୁର୍ନୀତି ମାମଲାରେ ଓଏସଡି ନନ୍ଦ କୁମାର ଗିରଫ

ଭୋପାଳ : ଭୋପାଳ ଇ-ଟେଣ୍ଡର ଦୁର୍ନୀତି ମାମଲାରେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଧ୍ୟପ୍ରଦେଶ ରାଜ୍ୟ ଇଲେକ୍ଟ୍ରୋନିକ୍ସ ବିକାଶ ନିଗମ (ଏମପିଏସ୍‍ଇଡିସି)ର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (ଓଏସ୍‍ଡି) ନନ୍ଦ କୁମାରଙ୍କୁ ରବିବାର ଗିରଫ କରିଛି। ନନ୍ଦ କୁମାରଙ୍କ ବିରୋଧରେ ଟେଣ୍ଡର ତଥ୍ୟରେ ଗଡ଼ବଡ଼ କରିଥିବାର ଅଭିଯୋଗ ରହିଛି।
ପ୍ରକାଶଯୋଗ୍ୟ ଯେ ମଧ୍ୟପ୍ରଦେଶ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟରେ ହଜାରେ କୋଟି ଟଙ୍କାର ଇ-ଟେଣ୍ଡର ଦୁର୍ନୀତି ନେଇ ମାମଲା ରୁଜୁ କରିଛି। ଏହି ଦୁର୍ନୀତିରେ ତତ୍କାଳୀନ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଅତି ଘନିଷ୍ଠ ସରକାରୀ ଅଧିକାରୀଙ୍କ ନାମ ସାମିଲ କରାଯାଇଛି। ଏହା ପୂର୍ବରୁ ଇଓଡବ୍ଲ୍ୟୁ ଅପ୍ରେଲ ୧୨ରେ ଓସମୋ କମ୍ପାନୀର ୩ ଜଣ ପରିଚାଳକ ବିନୟ ଚୌଧୁରୀ, ବରୁଣ ଚୌଧୁରୀ ଏବଂ ସୁମିତ ଗୋଲୱାଲକରଙ୍କୁ ଗିରଫ କରିଥିଲା।

Comments are closed.