MEllora 950×100

‘ଭୋଲା’ ଟିଜର୍‌-୨: ଜବରଦସ୍ତ ଆକ୍ସନ ଅବତାରରେ ଅଜୟ ଓ ତବୁ

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭୋଲା’ର ଟିଜର୍‌-୨ ରିଲିଜ୍‌ ହୋଇଛି। ଏହି ଫିଲ୍ମର ପୋଷ୍ଟର ଓ ପ୍ରଥମ ଟିଜର୍‌ ପୂର୍ବରୁ ରିଲିଜ୍‌ ହୋଇଥିଲା। ଅଜୟ ନିଜ ଇନ୍‌ଷ୍ଟାଗ୍ରାମରେ ‘ଭୋଲା’ର ଦ୍ବିତୀୟ ଟିଜର ଶେୟାର କରିଛନ୍ତି। ଫିଲ୍ମରେ ଅଜୟଙ୍କ ସହ ତବୁଙ୍କୁ ଦେଖିବାକୁ ମିଳିବ। ଟିଜରରୁ ଜଣାପଡ଼ୁଛି ଏହି ଚଳଚ୍ଚିତ୍ର ଆକ୍ସନ, ଡ୍ରାମାରେ ଭରପୁର। ଅଜୟ ଏଥିରେ ଦମ୍‌ଦାର ଭୂମିକାରେ ନଜର ଆସିଛନ୍ତି।

ଫିଲ୍ମରେ ଅଭିନେତା ଜଣେ କଏଦୀ ଭୂମିକାରେ ଅଭିନୟ କରିଥିବା ବେଳେ ତବୁ ସାଜିଛନ୍ତି ପୁଲିସ। ଅଜୟ ଦେବଗନଙ୍କଠାରୁ ଟିଜର ଆରମ୍ଭ ହେଉଛି। ଏହାପରେ ଦେଖିବାକୁ ମିଳିଛି ତାଙ୍କର ଜବରଦସ୍ତ ଆକ୍ସନ ଅବତାର। ପରେ ତବୁଙ୍କ ଏଣ୍ଟ୍ରି ହେଉଛି। କିଛି ଲୋକ ତାଙ୍କ କେଶ ଧରି ତାଙ୍କୁ ଘୋଷାରି ଘୋଷାରି ନେଉଥିବା ଦେଖିବାକୁ ମିଳିଛି। ଫିଲ୍ମର କାହାଣୀ ଡ୍ରଗ୍‌ ମାଫିଆ ଉପରେ ଆଧାରିତ।


ଉଲ୍ଲେଖଯୋଗ୍ୟ, ‘ଭୋଲା’ ହେଉଛି ଦକ୍ଷିଣ ଭାରତୀୟ ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ‘କୈଥୀ’ର ହିନ୍ଦୀ ରିମେକ୍। ଅଜୟ ଓ ତବୁଙ୍କ ବ୍ୟତୀତ ଏଥିରେ ଦୀପକ ଡୋବରିୟାଲ ଓ ଶରଦ କେଲକରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅଜୟ ଦେବଗନ ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମାର୍ଚ୍ଚ ୩୦ରେ ପରଦାକୁ ଆସିବ।

Comments are closed.