ଭୀମକୁଣ୍ଡରେ ବୈତରଣୀର କରାଳ ରୂପକୁ ଅମାନିଆଙ୍କ ଖାତିରି ନାହିଁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ସ୍ଥିତ ବୈତରଣୀର ଭୀମକୁଣ୍ଡ ଠାରେ ଜଳ ସ୍ତର କରାଳ ରୂପ କରିଥିବାବେଳେ କେତେକ ଅମାନିଆଙ୍କ ପାଇଁ ଏହା କୌତୁହଳର ବିଷୟ ପାଲଟିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କ୍ରମାଗତ ବୈତରଣୀ ବଢୁଥିବା ବେଳେ ପ୍ରସ୍ଥର ଆଚ୍ଛାଦିତ ବୈତରଣୀ ରେ ଭୀମକୁଣ୍ଡର ଗର୍ଜନ ଓ କରାଳ ରୂପ ଛାତି ଥରାଉଛି । ବୈତରଣୀର ଉଭୟ ପାଶ୍ୱରେ କିଛି ଅମାନିଆମାନେ ଏହାର ମଜା ନେଉଥିବାରୁ ସେଠାରେ ଦୁର୍ଘଟଣା ଆଶଙ୍କା କରାଯାଉଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଗୋଚର କରି ସତର୍କତା ଅବଲମ୍ବନ କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Comments are closed.