ଜାମା ମସ୍‌ଜିଦ ଗଲେ ଚନ୍ଦ୍ରଶେଖର, ୨୪ ଘଣ୍ଟାରେ ଦିଲ୍ଲୀ ଛାଡ଼ିବାକୁ ଆଦେଶ

ନୂଆଦିଲ୍ଲୀ: ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୁରୁବାର ରାତିରେ ଜେଲରୁ ମୁକୁଳିବା ପରେ ଶୁକ୍ରବାର ଜାମା ମସ୍‌ଜିଦରେ ପହଞ୍ଚିଥିଲେ। ଶୁକ୍ରବାର ସକାଳେ ସେ ଦିଲ୍ଲୀର ରବିଦାସ ମନ୍ଦିର, ଗୁରୁଦ୍ବାରା, ଚର୍ଚ୍ଚ ଯିବା ପରେ ଜାମା ମସ୍‌ଜିଦକୁ ଯାଇଥିଲେ। ସେଠାରେ ସେ ସମ୍ବିଧାନର ମୁଖବନ୍ଧ ପଢ଼ିବା ସହିତ ସମ୍ବିଧାନ, ବାବା ସାହେବ ଆମ୍ବଡେକର ଅମର ରହେ ନାରା ଦେଇଥିଲେ। ତେବେ କୋର୍ଟଙ୍କ ଆଦେଶ ଅନୁସାରେ ସେ ଆସନ୍ତା ଫେବୃୟାରୀ ୧୬ ତାରିଖ ପର୍ଯ୍ୟନ୍ତ କୌଣସି ବିକ୍ଷୋଭରେ ସାମିଲ ହେବେ ନାହିଁ। ଏହା ସହିତ ଜେଲରୁ ମୁକୁଳିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଦିଲ୍ଲୀ ଛାଡ଼ିବାକୁ ଆଦେଶ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, ଜାମା ମସଜିଦଠାରେ ସିଏଏ ବିରୋଧରେ ବିକ୍ଷୋଭ କରିବା ସମୟରେ ଚନ୍ଦ୍ରଶେଖରଙ୍କୁ ଗିରଫ କରି ତିହାର ଜେଲ ପଠାଇ ଦିଆଯାଇଥିଲା। ଦିଲ୍ଲୀର ଏକ କୋର୍ଟ ବୁଧବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜେଲରୁ ମୁକୁଳିବାର ୨୪ ଘଣ୍ଟା ଭିତରେ ଦିଲ୍ଲୀ ଛାଡ଼ିବା ସହିତ ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ନ ଆସିବାକୁ କୋର୍ଟ ସର୍ତ୍ତ ରଖିଥିଲେ।

Comments are closed.