୩୨ ଆଦିବାସୀ ପରିବାରଙ୍କ ଘରଭଙ୍ଗା ମାମଲାରେ କଳାହାଣ୍ଡି ଜିଲାପାଳଙ୍କୁ ନୋଟିସ୍‌ ଜାରି କଲେ ମାନବାଧିକାର କମିଶନ

ଭବାନୀପାଟଣା:କରୋନା ଲକ୍‌ଡାଉନ୍‌ ସମୟରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ସରକାରୀ ଜମିରେ ବସବାସ କରୁଥିବା ମଖାଗୁଡ଼ାର ୩୨ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ଦେଇଥିଲା ବନ ବିଭାଗ। ଫଳରେ ପ୍ରବଳଖରାରେ ପଡି ନିରୀହ ଆଦିବାସୀ ମହିଳା ଓ ଶିଶୁମାନେ ଛଟପଟ ହୋଇ ଘର ନ ଭାଙ୍ଗିବାକୁ ଅନେକ ନେହୁରା ହୋଇଥିଲେ ସୁଦ୍ଧା ସେମାନଙ୍କ ଗୁହାରିକୁ କର୍ଣ୍ଣପାତ କରି ନ ଥିଲେ ବନ ଅଧିକାରୀମାନେ।

ଏନେଇ ଗତ ମେ ୨୮ ତାରିଖ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଗଷ୍ଟ ୨୨ ତାରିଖ ସୁଦ୍ଧା ଏହାର ସବିଶେଷ ବିବରଣୀ ଦେବାକୁ କଳାହାଣ୍ଡି ଜିଲାପାଳଙ୍କୁ ମାନବାଧିକାର କମିସନ ନିର୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି କଳାହାଣ୍ଡି ଜିଲାପାଳ କୌଣସି ରିପୋର୍ଟ ଦାଖଲ କରି ନ ଥିବାରୁ ଜାତୀୟ ମାନବାଧିକାର କମିସନ ଜିଲାପାଳଙ୍କ ଉପରେ କ୍ଷୁବ୍‌ଧହୋଇ ଗତ ୨ ତାରିଖ ଦ୍ୱିତୀୟ ନୋଟିସ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଏହାର ସବିଶେଷ ବିବରଣୀ ପ୍ରଦାନ ନ କଲେ ମାନବାଧିକାର ସୁରକ୍ଷା ଆଇନ ଧାରା-୧୩ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ତାଗିଦ୍‌ କରିଛନ୍ତି।

Comments are closed.