ଭିଜିଲାନ୍ସ ଜାଲରେ ଇଂଞ୍ଜିନିୟର

ଭବାନୀପାଟଣା : କୋରାପୁଟ-ଚଣ୍ଡାହାଣ୍ଡି ଏମଆଇପି ଡିଭିଜନ ଆସିଷ୍ଟାଣ୍ଟ ଏକ୍ସିକେଟିଭ ଇଂଞ୍ଜିନିୟର ସୂର୍ଯ୍ୟ ନାରାୟଣ ଅଗ୍ରୱାଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ ଭିଜିଲାନ୍ସ ସୂର୍ଯ୍ୟ ନାରାୟଣକୁ ଭୁବନେଶ୍ୱର ଯାଉଥିବା ଏକ ‘ଦିଲଦାର’ ନାମକ ବସରୁ ଅଟକ ରଖିଛି। ଭିଜିଲାନ୍ସ ତାଙ୍କ ପାଖରୁ ୧.୮୦ଲକ୍ଷ ଟଙ୍କା ଜବତ କରିଛି। ସୂର୍ଯ୍ୟଙ୍କର ବଲାଙ୍ଗୀରରେ ଏକ ୨ମହଲା ଘର, ଭୁବନେଶ୍ୱରରେ ଏକ ପ୍ଲାଟ, ରାୟପୁରରେ ଏକ ଘର, ୩ରୁ ୪ଟା ଚାରିଚକିଆ ଯାନ ରହିଥିବା ଜଣାପଡିଛି।

Comments are closed.