ସାକ୍ଷୀଗୋପୀନାଥଙ୍କ ଭଉଁରୀ ଯାତ୍ରା

ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବକ୍ଷେତ୍ର ଭାବେ ପରିଚିତ ସତ୍ୟବାଦୀ ସାକ୍ଷୀ ଗୋପୀନାଥଦେବଙ୍କ ଭଉଁରୀ ଯାତ୍ରା ପ୍ରତୀକାତ୍ମକ ଭାବେ ଶୁକ୍ରବାର ପାଳିତ ହୋଇଯାଇଛି ଏହି ଅବସରରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ସରିବା ପରେ ଭଉଁରୀ ନୀତି ଆରମ୍ଭ ହୋଇଥିଲା ଚଳନ୍ତି ପ୍ରତିମା ମଦନମୋହନ ଓ ଶ୍ରୀରାଧା ଦେବୀଙ୍କୁ ପାଟ ଅଗଣାରେ ସୁସଜ୍ଜିତ ଖଟୁଲିରେ ସେବାୟତମାନେ ବିଜେ କରିଥିଲେ ନାନାଦି ଫୁଲ ତୁଳସୀରେ ଠାକୁରଙ୍କ ବେଶ କରାଯିବା ପରେ ପଣା ଭୋଗ ଆଳତି କରାଯାଇଥିଲା ପୂଜାପଣ୍ଡା ନାରାୟଣ ମହାପାତ୍ର ସିଂହାରୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ସୂପକାର ଚନ୍ଦ୍ରମଣି ନନ୍ଦ, ପାଳିଆ ପତ୍ରି ରାମଚନ୍ଦ୍ର ନନ୍ଦ ଓ ଆପଟ ଗୋପାଳ ପଟ୍ଟନାୟକ ପ୍ରମୁଖ ସେବାୟତ ଦେବନୀତି କରିଥିଲେଚଳିତ ବର୍ଷ କରୋନା କଟକଣା ଯୋଗୁ ଚନ୍ଦନ ପୁଷ୍କରିଣୀ ଓ ନନ୍ଦା ଭଦ୍ରା ଦୁଇଟି ଯାକ ଡଙ୍ଗା ମହାପ୍ରଭୁଙ୍କ ସାନିଧ୍ୟରୁ ବଞ୍ଚିତ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ଚାପରେ ଦିଅଁଙ୍କ ମଧୁସୂଦନ ବେଶ ଦର୍ଶନ କରି ନ ପାରି ନିରାଶ ହୋଇଥିଲେ

Comments are closed.