ବ୍ଳକ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ବିଡିଓ ରବୀନ୍ଦ୍ରନାଥ କହଁର, ଜିଲା ପରିଷଦ ସଭ୍ୟା ଅନୁରାଧା ସାହୁ, ଜୁଲିଲତା ଲେଙ୍କା ଓ ବ୍ଳକ ବିଏସ୍‍ଏସ୍‍ଓ ତୃପ୍ତିରାଣି ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଭତ୍ତା ବଂଟନ କରିଥିଲେ। ମୋଟ ୯୮ ଜଣ ହିତାଧିକାରୀଙ୍କ ଭତ୍ତା ବଂଟନ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ କୃତିବାସ ପାଣ୍ଡେ ଓ ସବ୍ୟସାଚୀ ନାୟକ ସହଯୋଗ କରିଥିଲେ।

Comments are closed.