ଭତ୍ତାରୁ ବଞ୍ଚିତ ୪ ଅସହାୟ ମହିଳା, ପହଞ୍ଚିଲେ ବ୍ଲକ କାର୍ଯ୍ୟାଳୟରେ

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ବହୁ ଅଯୋଗ୍ୟ ହିତାଧୀକାରୀ, ଥିଲା ବାଲା, କମ ବୟସର ଲୋକେ ସରକାରୀ ଭତ୍ତା ହତେଇ ନେଇଥିବା ବେଳେ ବହୁ ଗରିବ ବୃଦ୍ଧ ବୃଦ୍ଧା, ଅସହାୟ, ଅବିବାହିତା ଓ ଦିବ୍ୟାଙ୍ଗମାନେ ବର୍ଷ ବର୍ଷ ଧରି ପଞ୍ଚାୟତଠାରୁ ବ୍ଲକ ଯାଏ ଦୌଡି ଦୌଡି ନିରାଶ ହେବା ଘଟଣା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ମହିଷାମୁଣ୍ଡି ଗ୍ରାମର ଅସହାୟ ଅବିବାହିତା ମହିଳା ସୁମତି ନାଏକ, ରତନୀ ନାଏକ ଓ ରତ୍ନମଣୀ ମହାପାତ୍ରଙ୍କୁ ଆଜି ପର୍ୟ୍ୟନ୍ତ ସରକାରୀ ଯୋଜନାରେ ଭତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ସେହିପରି ସେହି ଗ୍ରାମର ଗୁଣମଣୀ ମହାପାତ୍ର ପରିଣତ ବୟସରେ ପହଞ୍ଚି ଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାଙ୍କୁ ଭତ୍ତା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଗତକାଲି ସେମାନେ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Comments are closed.