ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ପାଟଣା: ବିଭିନ୍ନ ସର୍ବଭାରତୀୟ ସଂଗଠନ ପକ୍ଷରୁ କେତେକ ଦାବିରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ପାଟଣା ତୁରୁମୁଙ୍ଗା, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଅଞ୍ଚଳରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ଯଦିଓ ସାଧାରଣ ଚଳାଚଳ କ୍ଷେତ୍ରରେ ବିଶେଷ କିଛି ପ୍ରଭାବ ପଡି ନାହିଁ, ତଥାପି ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡିଛି । ଏପରିକି ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବା କାରଣରୁ ଅଧିକାଂଶ ୨ ଚକିଆ ମାଲିକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ଟ୍ରକ ଆଜି ଦିନ ତମାମ ଠିଆ ହୋଇ ରହିଥିବା ବେଳେ ବସ ଚଳାଚଳ ବନ୍ଦ ରହିଛି । ଢେଙ୍କିକୋଟ ଠାରେ ମଧ୍ୟ ୨୦ ନମ୍ବର ଜାତୀୟ ରାଜପଥ ଶୂନଶାନ ଥିବା ଦେଖିବାକୁ ମିଳିଛି । ଅଞ୍ଚଳ ତମାମ ସମସ୍ତ ଜାତୀୟ କରଣ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଷ୍ଟେଟ ବ୍ୟାଙ୍କ ଶାଖା ଖୋଲା ଓ ଉପ ଡାକଘର ବନ୍ଦ ରହିଥିବା ଦେଖା ଯାଇଥିଲା ।

Comments are closed.