ଭାରତ ବନ୍ଦ: ଧାମରାରେ ବନ୍ଦ ଶାନ୍ତିପୂର୍ଣ

ଧାମରା: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ସର୍ବଭାରତୀୟ ୨୪ ଘଣ୍ଟିଆ ଧର୍ମଘଟ ଡାକରାରେ ଧାମରା,କଇଥଖୋଲା,ଦୋସିଙ୍ଗା,ଜାଗୁଳା,କରଞମାଳ,କରଣପଲ୍ଲୀ,ପଞ୍ଚୁଟିକ୍ରି ଏବଂ ବାଂଶଡା ପଞ୍ଚାୟତରେ ବନ୍ଦ ଶାନ୍ତିପୂର୍ଣ ହୋଇଥିବା ଜଣାଯାଇଛି। ବୁଧବାର ଜାତୀୟ କଂଗ୍ରେସ ତଥା କେନ୍ଦ୍ରୀୟ ଶ୍ରମିକ ସଂଘ ପକ୍ଷରୁ ଏକ ମୋଟର ସାଇକେଲ ରାଲି ଧାମରାରୁ ବାହାରି ଧାମରା ୮ପଞ୍ଚାୟତ ପରିକ୍ରମା କରିଥିଲା। ପରେ ସେମାନେ ଆସି ଧାମରା ବନ୍ଦର ଗେଟ ଆଗରେ ପହଞ୍ଚିଥିଲେ ଏବଂ ବନ୍ଦର ଗେଟ ଆଗରେ ଏକ ସଭାରେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ,ଶ୍ରମିକ ଆଇନ,ଆର୍ଥିକ ମାନ୍ଦାବସ୍ଥା ,ସର୍ବନିମ୍ନ ମଜୁରୀକୁ ୨୧ହଜାର ଟଙ୍କାକୁ ବୃଦ୍ଧି କରାଯିବା ,ବେକାରୀ ସମସ୍ୟାକୁ ଦୂର କରିବା ଉପରେ ବକ୍ତବ୍ୟ ରଖିଥିଲେ।

ବୁଧବାର ଏହି ବନ୍ଦ ଫଳରେ ଧାମରାରେ ଥିବା ସମସ୍ତ ରାଷ୍ଟ୍ରାୟତ ତଥା ବେସରକାରୀ ବ୍ୟାଙ୍କ ପ୍ରତିଷ୍ଠାନ,ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ବନ୍ଦ ପରିଲକ୍ଷିତ ହୋଇଥିଲା। କେତେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ଛୁଟି ବିଷୟରେ ଅବଗତ କରାଇ ନଥିବାରୁ କିଛି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ଫେରିଯାଉଥିବା ପରିଲକ୍ଷିତ ହୋଇଥିଲା। ଏହି ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ,ଗାଡି ମୋଟର ଯାତାୟତ ସଂପୂର୍ଣ ବନ୍ଦ ରହିଥିଲା।ଧାମରା ବନ୍ଦର (ଆଦାନୀ)ରେ ଏହି ପ୍ରଭାବ ଆଂଶିକ ପଡିଥିବା ନଜରକୁ ଆସିଥିଲା। ବନ୍ଦର କର୍ତୁପକ୍ଷ ଗତକାଲି ବିଳମ୍ବିତ ରାତ୍ରିରେ ସେମାନଙ୍କ ସମସ୍ତ ଶ୍ରମିକ ମାନଙ୍କୁ ଆସି କାର୍ୟ୍ୟରେ ଯୋଗ ଦେବାକୁ କହିଥିଲେ ଫଳରେ ସମସ୍ତ ବିଭାଗରେ କାର୍ୟ୍ୟରତ ଶ୍ରମିକ ଆସି କାର୍ୟ୍ୟରେ ଯୋଗ ଦେଇଥିଲେ। ବନ୍ଦର ତରଫରୁ ସକାଳ ୭ଟା ସମୟରେ ଏକ ମାଲବୋଝେଇ ଟ୍ରେନ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଂଶଡା ଠାରେ ଜାତୀୟ କଂଗ୍ରେସ ଦଳ ଏହି ଟ୍ରେନ ଟିକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ଫଳରେ ଅଧା ବାଟରେ ଏହି ଟ୍ରେନଟି ବନ୍ଦ ରହିଥିବା ବେଳେ ବନ୍ଦରର ଅନ୍ୟ ବିଭାଗ ଗୁଡିକ ସୁରୁଖୁରୁରେ କାର୍ୟ୍ୟ କରି ଚାଲିଥିଲା।

Comments are closed.