ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ନବରଙ୍ଗପୁର: ସାରା ଭାରତ ବର୍ଷରେ କୃଷି ଆଇନ ବିରୋଧରେ କୃଷକ ସଂଘ ତରଫରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଆଂଶିକ ଅନୁଭୂତ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ ନବରଙ୍ଗପୁର ସହରର ମାଝୀଗୁଡା ଛକ ନିକଟରେ ଆନ୍ଦୋଳନକାରୀ ମାନଙ୍କ ଦ୍ଵାରା ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ପ୍ରତିବାଦକାରୀ ମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି । ରାସ୍ତା ଅବରୋଧ ଫଳରେ ସହର ମଧ୍ୟ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଛି । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଗୁଡିକ ବାଦ ପଡିଛି । ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ଅନ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନକାରୀ କୃଷକ ମାନଙ୍କ ସହିତ ବନ୍ଦ ରେ ସାମିଲ ହୋଇଛନ୍ତି । ଏବଂ କୃଷକ ଦେଶ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିରୁ ତୁରନ୍ତ ହଟି କୃଷି ଆଇନକୁ ବାତିଲ କରିବାକୁ ଦାବି କରିଛନ୍ତି ।

Comments are closed.