ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ଥାନାରେ ଭଂସାଲୀଙ୍କୁ ଜେରା

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ ତତ୍ପରତାର ସହ ତଦନ୍ତ ଜାରି ରଖିଛି। ପୂର୍ବରୁ ଏହି ମାମଲାରେ ପଆୟ ୨୮ ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଥିବା ବେଳେ ସୋମବାର ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ବାନ୍ଦ୍ରା ପୁଲିସ ଷ୍ଟେସନରେ ହାଜର ହୋଇଛନ୍ତି। ପୁଲିସ ସେଠାରେ ତାଙ୍କ ବୟାନ ରେକର୍ଡ଼ କରିଛି।

ସୂଚନାଯୋଗ୍ୟ, ଭଂସାଲୀ ସୁଶାନ୍ତଙ୍କୁ ୨ ଥର ଫିଲ୍ମ ଅଫର୍‍ କରିଥିଲେ ହେଁ ପରେ ତାଙ୍କୁ ସେହି ଫିଲ୍ମରେ ନେଇ ନ ଥିଲେ। ସୁଶାନ୍ତଙ୍କୁ ଭଂସାଲୀ ତାଙ୍କ ସୁପର୍‍ହିଟ୍‍ ଚଳଚ୍ଚିତ୍ର ‘ରାମଲୀଲା’ ଅଫର୍‍ ଦେଇଥିଲେ। ଏହାବ୍ୟତୀତ ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର ‘ବାଜିରାଓ ମସ୍ତାନୀ’ ପାଇଁ ମଧ୍ୟ ସୁଶାନ୍ତଙ୍କୁ ଚୟନ କରାଯାଇଥିଲା। ମାତ୍ର ସେ ଏଥିରେ କାମ କରି ପାରି ନ ଥିଲେ।

Comments
Loading...