ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀବେଶ

ପିପିଲି : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଚତୁର୍ଦ୍ଧମୂର୍ତ୍ତୀଙ୍କ ସମସ୍ତ ନୀତିକାନ୍ତି ନିରାଡମ୍ବର ଭାବେ ପାଳନ କରାଯାଇଛି । ପ୍ରତ୍ୟୁଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦୈନଦିନ ନୀତି ସଂପନ୍ନ କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ମନ୍ଦିର ବେଢାରେ ପ୍ରତିଷ୍ଠିତ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଏହି ଅବସରରେ ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ସ୍ୱତନ୍ତ୍ର ତୁଳସୀବେଶ କରାଯାଇଥିଲା ।

Comments are closed.