ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର : ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭାଗବତ ପ୍ରସାଦ ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ଵରସ୍ଥ ନିଜ ବାସଭବନରେ ରବିବାର ସକାଳୁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।

ସେ ତିନିଥର କେନ୍ଦ୍ରାପଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ରାଜସ୍ବ ଓ ଶିକ୍ଷା ମନ୍ତ୍ରୀ ଭାବେ ସେ ୨ଥର ମନ୍ତ୍ରୀ ପଦ ଅଳଙ୍କୃତ କରି ସଫଳତାର ସହ କାର୍ଯ୍ୟ ସଂପାଦନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.