MEllora 950×100

ଆଜି ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ

ଭଦ୍ରକ: ଆଜି ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ । ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରୁଥିବା ବେଳେ ଗାଡ଼ି ମଟର ଅଟକାଉଛନ୍ତି । ସକାଳ ୬ଟାରୁ ଦିନ ୨ଟା ଯାଏଁ ଅଖଚକ ସବୁ ବନ୍ଦ ରହିବା ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି । ହେଲେ ଏହି ବନ୍ଦ ପାଳନ ସମୟରେ ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ ବୋଲି କହିଛି କଂଗ୍ରେସ । ଆମ୍ବୁଲାନ୍ସ ସେବା ପରି ଗୁରୁତ୍ୱପୂର୍ଣ୍ଣ ସେବାକୁ ଅନୁମତି ଦିଆଯିବ । ସବୁଠାରୁ ବଡ଼ କଥା ହେଉଛି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । ହେଲେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସମାଧାନ ବାଟ କଢ଼ାଯାଉନଥିବା ବେଳେ ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରୁଛି ।

Comments are closed.