ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭଦ୍ରକ: ଜାତୀୟ ରାଜପଥ ୧୬ ରାହାଞ୍ଜ ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ତେବେ ଅଳ୍ପକେ ବର୍ତ୍ତିଲା ୨ ବର୍ଷର ଶିଶୁ ବଞ୍ଚି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ୧୬ ରାହାଞ୍ଜ ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ କଂକ୍ରିଟ ମିକ୍ସର ଗାଡ଼ିକୁ କାର ଧକ୍କା ଦେଇଥିବା ଜଣାପଡ଼ିଛି।

Comments are closed.